ଆଳତୀ ଚାଲିଥିଲା, ରାମଲୀଳା ମଞ୍ଚ ଉପରେ ଟଳି ପଡିଲେ ଶିବ - ମଞ୍ଚ ଉପରେ କଳାକାରଙ୍କ ମୃତ୍ୟୁ
🎬 Watch Now: Feature Video
ଲକ୍ଷ୍ନୌ: ରାମଲୀଳା ମଞ୍ଚରେ ଚାଲିଥିଲା ଭଗବାନଙ୍କ ଆଳତୀ । ଠିକ୍ ଏତିକି ବେଳେ ମଞ୍ଚ ଉପରେ ଟଳି ପଡିଲେ ଭଗବାନ ଶିବ ଶଙ୍କରଙ୍କ ଚରିତ୍ରରେ ଅଭିନୟ କରୁଥିଲା କଳାକାର । ଉତ୍ତରପ୍ରଦେଶ ଜୈନପୁର ଜିଲ୍ଲା ମଛଲୀସହର ଅଞ୍ଚଳରୁ ଏହି ଭିଡିଓ ସାମ୍ନାକୁ ଆସିଛି । କଳାକାରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ କଳାକାର ଗତ ୫ ବର୍ଷ ହେଲା ରାମଲୀଳାରେ ଶିବଙ୍କ ଚରିତ୍ରରେ ଅଭିନୟ କରୁଥିଲେ ।