ଦେବଭୂମିରେ ଭୟଙ୍କର ଭୂସ୍ଖଳନ ଘଟଣା: ହେଲିକପ୍ଟର ଯୋଗେ ଉଦ୍ଧାର ହେଲେ ୩୦ ଲୋକ - ହେଲିକପ୍ଟର ଯୋଗେ ଉଦ୍ଧାର
🎬 Watch Now: Feature Video
ଡେରାଡୁନ: ଭାରତ-ଚୀନ୍ ସୀମାକୁ ସଂଯୋଗ କରୁଥିବା ଜୋଶିମଠ-ନିତି ବର୍ଡର ରାସ୍ତା ତମକଠାରେ ଭୂସ୍ଖଳନ ଯୋଗୁଁ ଗତ 10 ଦିନ ଧରି ରାସ୍ତା ବନ୍ଦ ରହିଛି। ଏନେଇ ସୋମବାର ଦିନ ଚମୋଲି ଜିଲ୍ଲା ପ୍ରଶାସନର ସହାୟତାରେ ଉପତ୍ୟକାର ଉଭୟ ପାର୍ଶ୍ବରେ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା। ତେବେ ଏହି ରାଜପଥ ବନ୍ଦ ଦ୍ବାରା ବିଚ୍ଛିନ୍ନ ହୋଇଯାଇଥିବା 16 ଟି ଗାଁର ଗ୍ରାମବାସୀ ଏବଂ ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବା ପାଇଁ ଦ୍ବାଦଶ ଦିନ ବାୟୁ ଏବଂ ସ୍ଥଳ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସୋମବାର ଦିନ ହେଲିକପ୍ଟର ଯୋଗେ 30 ଜଣ ଏବଂ NDRF, SDRF, BRO ଏବଂ ପ୍ରଶାସନର ଦଳ ମଧ୍ୟ ବିକଳ୍ପ ମାର୍ଗ ଦେଇ ପାଦରେ ଚାଲି ଚାଲି 250 ଲୋକଙ୍କୁ ଉଦ୍ଧାର କରିଥିଲେ। ଏନେଇ SDM କୁମକୁମ ଯୋଶୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...