କେନାଲ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ଭାରରେ ପ୍ରସବ କଲେ ଗର୍ଭବତୀ - ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା
🎬 Watch Now: Feature Video
କୋରାପୁଟ: ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା। ଅନେକ ସମୟରେ ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ଆସୁଥିଲେ ମଧ୍ୟ ସେ ରାସ୍ତା ନଥିବା ଯୋଗୁଁ କିମ୍ବା ଭରା ନଦୀ ଯୋଗୁଁ ଅଧାବାଟରେ ଅଟକି ରହୁଛି । ଆଉ ଶେଷରେ ଉପାୟଶୂନ୍ୟ ହୋଇ ଗର୍ଭବତୀଙ୍କୁ ଭରାରେ ଆମ୍ବୁଲାନ୍ସ ଯାଏଁ ନିଆଯାଉଥିବା ବେଳେ ଅଧାବାଟରେ ହିଁ ପ୍ରସବ ହେଉଥିବା ଘଟଣା ଅନେକ ନଜିର ରହିଛି । ସେମିତି ଏକ ଦୃଶ୍ୟ କୋରାପୁଟ ଜିଲ୍ଲାରୁ ମଧ୍ୟ ଆସିଛି । ଯେଉଁଠି ସୁଲେଖା ମୁଦୁଲି ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ଠିଆ ହୋଇଥିଲେ ହେଁ ଅଧ କିଲୋମିଟର ଦୂର ଭାରରେ ବୁହା ହୋଇ ଆସିବା ପରେ ସୁଲେଖା ରାସ୍ତା କଡରେ ହିଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।