ଡ୍ରେନେଜ ବ୍ୟବସ୍ଥା ଫେଲ୍, ବର୍ଷାପାଣିରେ ଉବୁଟୁବୁ ସୁବର୍ଣ୍ଣପୁର ଝୁପୁଡି ପଡା - Waterlogging
🎬 Watch Now: Feature Video
ସୁବର୍ଣ୍ଣପୁର: ଲଘୁଚାପ ଜନିତ ବର୍ଷାରେ ସୁବର୍ଣ୍ଣପୁର ସହରର ଝୁପୁଡି ପଡା ପାଣିରେ ଉବୁଟୁବୁ ହେଉଛି। ପାଣି ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥାର ଅଭାବରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲଗାତାର ବର୍ଷା ଯୋଗୁଁ ପଡାର ତଳିଆ ଅଞ୍ଚଳରେ ଅଣ୍ଟାଏ ପାଣି ଜମି ରହିଛି। ପଡାର ଅଧିକାଂଶ ଘରକୁ ବର୍ଷା ପାଣି ପଶି ଯାଇଛି। ଫଳରେ ଲୋକେ ଖାଇବା ପିଇବାରେ ବେଶ ଅସୁବିଧାର ଭୋଗିଛନ୍ତି। ପଡାଟି ସହରର ତଳି ଅଞ୍ଚଳରେ ରହିଛି। ଆଉ ପୌରପରିଷଦର ଅବହେଳା ଯୋଗୁଁ ଆଜିଯାଏଁ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଅଣାଯାଇ ପାରି ନ ଥିବାରୁ ଅଳ୍ପ ଟିକିଏ ବର୍ଷାରେ ବି ଝୁପୁଡି ପଡାର ଲୋକେ ଅନେକ ଅସୁବିଧାର ସମ୍ନୁଖିନ ହେଉଛନ୍ତି। ବୁଧବାର ଅନେକ ଘରକୁ ପାଣି ପଶି ଯାଇଥିବାବେଳେ ସଦର ତହସିଲଦାର ଅରବିନ୍ଦ ବେହେରା ଓ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟାନଶୁ ରୂଟ ଝୁପୁଡି ପଡା ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ପଡାବାସୀଙ୍କ ଏକମାତ୍ର ଦାବି ରହିଛି ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଅଣାଯାଉ ।