ବିଶ୍ୱ ସଂଗୀତ ଦିବସରେ ପାରମ୍ପରିକ ବାଦ୍ୟ ପରିବେଷଣ, ଦେଖନ୍ତୁ ଭିଡିଓ...

By

Published : Jun 23, 2020, 2:28 AM IST

thumbnail
ବରଗଡ: ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଜିଲ୍ଲାର ସର୍ବାଧିକ କଳାକାର ଥିବା ବେଳେ ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମ ନିକଟରେ ଥିବା ମହାଜନ ଡୁଙ୍ଗୁରୀ ଠାରେ କଳାକାର ମାନଙ୍କର ସମାଗମ ଦେଖାଦେଇଥାଏ ବିଭିନ୍ନ କାର୍ଯ୍ୟକ୍ରମରେ । ତେବେ ବର୍ତ୍ତମାନ ସମସ୍ତ କଳାକାର ମହାମାରୀ ପାଇଁ କାମ ଧନ୍ଦା ନପାଇ ଘରେ ବସିଥିବା ତାଙ୍କର ଦୁଃଖ ସମୟରେ ମଧ୍ୟ ନିଆରା ଢଙ୍ଗରେ ଦୁଇଦିନ ଧରି ପାଳନ କରିଛନ୍ତି ବିଶ୍ଵ ସଂଗୀତ ଦିବସକୁ । ସରଗମଳି ସାଂସ୍କୃତିକ ଅନୁଷ୍ଠାନ ଶରଧାପାଲି ପକ୍ଷରୁ କୁବେର ସାହୁଙ୍କ ନେତୃତ୍ବରେ ଜୁନ 21 ତାରିଖ ବିଶ୍ୱ ସଂଗୀତ ଦିବସ ଉପଲକ୍ଷେ ଦୁଇ ଦିନିଆ ଲୋକକଳା ପରିବେଷିତ ହୋଇଥିଲା । ଏଥିରେ ଦଣ୍ଡ ଢୋଲ, ବଜା ଢୋଲ, ନିଶାନ, ତାଶା, ମୁହୁରି, ବଂଶୀ, ବ୍ରହ୍ମ ବୀଣା, ଘୁଡୁକା, ଖଞ୍ଜଣୀ, ମୃଦଙ୍ଗ, ମର୍ଦଳ, ମଦକ, ଗିନି, ସାରଙ୍ଗୀ, ଠିକୀଡୀ ଓ ଝାଞ୍ଜ ଏପରି ଅନେକ ପୁରାତନ ବାଦ୍ୟ ଯନ୍ତ୍ର ବ୍ୟବହାର କରି ସଂଗୀତ ପରିବେଷିତ କରାଯାଇଥିଲା । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.