ଘୋର ଅବ୍ୟବସ୍ଥା, ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ରାତିରୁ ଦେବାକୁ ପଡୁଛି ଲାଇନ - ବ୍ୟାଙ୍କ ଅଫ ଇଣ୍ଡିଆ
🎬 Watch Now: Feature Video
କେନ୍ଦୁଝର: ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ହେଲେ ପୂର୍ବ ଦିନରୁ ଦେବାକୁ ପଡୁଛି ଲାଇନ । ଟଙ୍କା ଉଠାଇବା ହେଉ କି ଟଙ୍କା ଡିପୋଜିଟ, ସବୁ କାମ ପାଇଁ ଗ୍ରାହକଙ୍କୁ ଘଣ୍ଟାଏ କି ଦୁଇ ଘଣ୍ଚା ନୂହେଁ ଦିନ ତମାମ ଲାଇନରେ ଠିଆ ହେବାକୁ ପଡୁଛି । ଟିକେ ଶୀଘ୍ର କାମ ହେବା ପାଇଁ ଆଗଦିନ ରାତିରୁ ଧାଡି ବାନ୍ଧି ଠିଆ ହେଉଛନ୍ତି ଗ୍ରାହାକ । ନିଜ କଷ୍ଟ ଉପାର୍ଜିତ ଟଙ୍କା ଉଠାଇବା ପାଇଁ ପୂର୍ବଦିନ ରାତିରୁ ବ୍ୟାଙ୍କ ଏଟିଏମ ଓ ଆଖପାଖ ଦୋକାନ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଦୃଶ୍ୟ । ବ୍ୟାଙ୍କରେ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି ।