ରଥଯାତ୍ରା ନେଇ ନୀଳଗିରି ରାଜା ଜୟନ୍ତ ମର୍ଦ୍ଧରାଜଙ୍କ ସହ ଆଲୋଚନା - Rathayatra
🎬 Watch Now: Feature Video
ବାଲେଶ୍ଵର: ଜିଲ୍ଲାର ନୀଳଗିରି ହେଉଛି ତୃତୀୟ ଶ୍ରୀକ୍ଷେତ୍ର । ଯେଉଁଠି ପ୍ରତିବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବେଶ ଧୁମଧାମରେ ପାଳନ ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା ପାଇଁ ରଥଯାତ୍ରା ଫିକା ପଡିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଭକ୍ତର ମନ ଦୁଃଖ ହୋଇଛି । ନୀଳଗିରି ରଥଯାତ୍ରା ପାଇଁ ଏବେ ପ୍ରସ୍ତୁତି ଚାଲିଛି । ଚକ-ଅଖ ଖଞ୍ଜା ଚାଲିଛି, ମହାରଣା ମଧ୍ୟ ରଥ ସମ୍ପୂର୍ଣ୍ଣ କରିବା ପାଇଁ ଲାଗି ପଡିଛନ୍ତି । ତେବେ କରୋନା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପକୁ ସମ୍ମାନ ଜଣାଯାଇଛି । ରଥଯାତ୍ରାର ଐତିହ୍ୟ ଓ ଚଳିତ ବର୍ଷ କେମିତି ହେବ ରଥଯାତ୍ରା ସେ ସମ୍ପର୍କରେ ଆମେ ଆଲୋଚନା କରିଥିଲୁ ନୀଳଗିରି ରାଜା ଜୟନ୍ତ ମର୍ଦ୍ଧରାଜଙ୍କ ସହ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ