Get well soon lata DiDi: ବାଲୁକା କଳାରେ ସ୍ବର ସାମ୍ରାଜ୍ଞୀଙ୍କ ଆଶୁ ଆରୋଗ୍ୟ କାମନା

By

Published : Jan 12, 2022, 12:59 PM IST

thumbnail
ପୁରୀ: କୋଭିଡ ଆକ୍ରାନ୍ତ ହୋଇଛନ୍ତି କୋକିଳ କଣ୍ଠୀ ଲତା ମଙ୍ଗେସକର । ଏବେ ଆଇସିୟୁରେ ଅଛନ୍ତି ସ୍ବର ସାମ୍ରାଜ୍ଞୀ । କୋରୋନା ସହ ସେ ନିମୋନିଆରେ ମଧ୍ୟ ପୀଡିତ ଅଛନ୍ତି । ଭାରତ ରତ୍ନ ତଥା ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବାପରେ ଦେଶବ୍ୟାପୀ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି କୋକିଳ କଣ୍ଠିଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ପୁରୀ ବେଳାଭୂମିରେ ଲତାଙ୍କ ଏକ ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ । ଯେଉଁଥିରେ ସେ Get Well Soon ଲତା ଦିଦି ଲେଖି ମହାପ୍ରଭୁଙ୍କୁ ନିକଟରେ ତାଙ୍କୁ ଶୀଘ୍ର ସୁସ୍ଥ କରିବାକୁ ପ୍ରାର୍ଥନା କରିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.