thumbnail

By

Published : Aug 28, 2020, 5:12 PM IST

ETV Bharat / Videos

ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର: ଗତ ତିନି ଦିନ ଧରି ରାଜ୍ଯରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଏହା ସହ ଝାଡଖଣ୍ଡର ଗାଲୁଡି ବ୍ୟାରେଜରୁ ଜଳ ଛାଡିବା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି । ରାଜଘାଟ ଠାରେ ଜଳସମ୍ପଦ ବିଭାଗର ଆକଳନ ଅନୁସାରେ ୧୧.୫ ମିଟର ଜଳସ୍ତର ପ୍ରବାହିତ ହେବ । ଗତ ୪ ଘଣ୍ଟା ମଧ୍ୟରେ ଜଳସ୍ତର ସ୍ଥିର ଅଛି । ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ରେ ସୁଧାର ଆସିବ ବୋଲି ଏସଆରସି କହିଛନ୍ତି । ଏହାସହ ବୁଢାବଳଙ୍ଗ ନଦୀରେ ଆସିଥିବା ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି । ବୈତରଣୀ ନଦୀରେ ଜଳସ୍ତର ୨୦ ଉପରେ ଥିଲା, ଘଣ୍ଟା ପ୍ରତି ୫ ସେଣ୍ଟିମିଟର ପାଣି କମୁଛି । ଏହି ବନ୍ୟାରେ ଭଣ୍ଡାରିପୋଖରୀ ଓ ଧାମନଗରରେ କିଛି ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେହି ଅଞ୍ଚଳରେ ବନ୍ୟା ସ୍ଥିତି ସୁଧୁରୁଛି । ଯାଜପୁର ଜିଲ୍ଲାରେ କିଛି ସ୍ଥାନରେ ଘାଇ ହୋଇଛି । ନୂଆ- ଶାସନ ପାଖରେ ମଧ୍ୟ ଗୋଟିଏ ଘାଇ ହୋଇଛି, ସମସ୍ତ ଘାଇର ମରାମତି ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.