ସ୍ମାର୍ଟସିଟିରେ ଜାରି ରହିଛି କ୍ୟାମ୍ପେନ ମୋଡରେ ଟୀକାକରଣ
🎬 Watch Now: Feature Video
ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ କ୍ୟାମ୍ପେନ ମୋଡରେ କୋରୋନା ଟୀକାକରଣ ଜାରି ରହିଛି । ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରତି ବ୍ଲକର 5ଟି ସେସନ, ପ୍ରତି ଏନଏସିରେ 5ଟି ସେସନ ଓ ମହାନଗର ଅଞ୍ଚଳରେ 10ଟି ସେସନ ଏବଂ ମହାନଗର ନିଗମ ଅଞ୍ଚଳରେ 20ଟି ସେସନ ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ । ଏନେଇ ପ୍ରତି ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱରରେ ଦୈନିକ ୩୦,୦୦୦ଡୋଜ ଟିକା ପ୍ରଦାନ କରାଯିବ।