ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ: ଡାକ୍ତର ଜୟନ୍ତ ପଣ୍ଡା - ଟୀକାକରଣ ନେଇ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା
🎬 Watch Now: Feature Video
କଟକ: କୋଭିଡ ବିରୁଦ୍ଧରେ ବିଶ୍ବବ୍ୟାପୀ ଆରମ୍ଭ ହୋଇଥିବା ଲଢେଇରେ ସର୍ବପ୍ରଥମେ ଟୀକାକରଣ କାର୍ଯ୍ୟକୁ ଆରମ୍ଭ କରିଛି ଭାରତ । ପ୍ରଧାନମନ୍ତ୍ରୀ ଆଜି ଦେଶ ବ୍ୟାପୀ ଟୀକାକରଣ କାର୍ଯ୍ୟର ଉଦଘାଟନ କରିଥିବାବେଳେ ଓଡିଶାରେ ବି ସମସ୍ତ ଜିଲ୍ଲାରେ ଆଜି ଟିକା ନେଇଛନ୍ତି କୋଭିଡ ଯୋଦ୍ଧା । ଏହି କ୍ରମରେ କଟକରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିଲେ କୋଭିଡର ମୁହଁ ଭିତରେ ରହି ରୋଗୀ ସେବା କରୁଥିବା କର୍ମଚାରୀ । ଏବେ କୋଭିଡ ଯୋଦ୍ଧାମାନଙ୍କୁ ଟିକା ଦିଆଯାଇଛି କିନ୍ତୁ ଅତି ଶୀଘ୍ର ଅନ୍ୟମାନଙ୍କ ପାଳି ଆସିବ । ଟୀକାକରଣ କେନ୍ଦ୍ର ସଂଖ୍ୟା ଆହୁରି ବୃଦ୍ଧି କରାଯିବ । ବିଶେଷକରି ସପ୍ତାହକ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବା କାର୍ଯ୍ୟକ୍ରମ ଶେଷ ହେବ । ସେହିପରି ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ବୈଷୟିକ କମିଟି ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।