ବାଲୁକାକଳାରେ ଦୀପାବଳିର ଶୁଭେଚ୍ଛା: 2 ହଜାର ମାଟିର ଦୀପରେ ଶୋଭା ପାଉଛି ମା' କାଳୀଙ୍କ ମୁଖମଣ୍ଡଳ

By

Published : Nov 3, 2021, 9:02 PM IST

thumbnail
ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ବାଲୁକା କଳାରେ ଦୀପାବଳିର ଶୁଭେଚ୍ଛା ଦେଇଛନ୍ତି ଦୁଇ ଅନ୍ତର୍ଜାତୀୟ ବାଲୁକା କଳାକାର । ପବିତ୍ର ଦୀପାବଳିର ଶୁଭ ଅଭିନନ୍ଦନ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ କୁମାର ସାହୁ। ପୁରୀ ବେଳାଭୂମିରେ ଦୁଇଟି ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ସମସ୍ତଙ୍କୁ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛି ଦୁଇ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ । ସୁଦର୍ଶନ ପଟ୍ଟନାୟକ ମା' କାଳୀଙ୍କ ମୁଖମଣ୍ଡଳକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦେଇଛନ୍ତି । 2 ହଜାର ମାଟିର ଦୀପ ଏହି ଚିତ୍ରକଳା ନିର୍ମାଣରେ ଲାଗିଛି। ସେପଟେ ମାନସ ସାହୁ 15ଫୁଟ ଓସାର ବିଶିଷ୍ଟ ମା' କାଳୀଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । 7 ଘଣ୍ଟା ସମୟ ନେଇ "Happy and Safe Dipawali"ର ବାର୍ତ୍ତା ଦେଇଛନ୍ତି ମାନସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.