ସାଇକେଲ ଚଲାଅ, ସୁରକ୍ଷିତ ରୁହ; ସଚେତନ ବାର୍ତ୍ତା ବାଣ୍ଟିଲେ ପରିବହନ କମିଶନର ଓ ଅଗ୍ନିଶମ ଡିଜି

By

Published : Jan 24, 2021, 12:01 PM IST

thumbnail
କଟକ: ଟ୍ବିନ ସିଟିରେ ପାଳିତ ହେଉଛି ସଡକ ସୁରକ୍ଷା ମାସ । କିପରି ଭାବରେ ସଡକ ସୁରକ୍ଷା ଦିଗରେ ଆଉ ଗୋଟିଏ ପାଦ ଆଗକୁ ଯିବ ସମାଜ ସେନେଇ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି ଟ୍ରାଫିକ ପୋଲିସ । ତେବେ ଆଜି(ରବିବାର) କଟକରେ ହୋଇଥିବା ସଡକ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ସହରବାସୀଙ୍କ ପାଇଁ ନୂଆ ବାର୍ତ୍ତା ବାଣ୍ଟିଛନ୍ତି ପରିବହନ କମିଶନର ଓ ଅଗ୍ନିଶମ ଡିଜି । ସମସ୍ତ ଯୁବପିଢିମାନଙ୍କୁ ସଡକ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି ଉଭୟେ । ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ସମସ୍ତେ ସଚେତନ ରହିବା ଓ ଏହାକୁ ଏକ ଆନ୍ଦୋଳନରେ ପରିଣତ କରିବା । ପିଲାମାନେ ସ୍କୁଲ ଓ କଲେଜକୁ ସାଇକେଲ୍‌ରେ ଯାଆନ୍ତୁ । ସେହିପରି ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ସଡକ ସୁରକ୍ଷା ଆନ୍ଦୋଳନରେ ସାମିଲ ହୁଅନ୍ତୁ ଓ ଦୁର୍ଘଟଣାକୁ କମ୍‌ କରିବାରେ ସହଯୋଗ କରନ୍ତୁ । ଏଥିସହ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି, ସାଇକଲିଂ ମାଧ୍ୟମରେ ସମସ୍ତେ ସୁସ୍ଥ ରୁହନ୍ତୁ ଓ ପ୍ରଦୂଷଣ ମୁକ୍ତ ପରିବେଷ ସୃଷ୍ଟି କରନ୍ତୁ । କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.