ସାଇକେଲକୁ ପିଟିଲା କାର, ଜଣେ ମୃତ, ତଦନ୍ତ ଜାରି - ବୌଦ୍ଧ ବାଉଁଶୁଣୀ ନିକଟରେ ସଡକ ଦୁର୍ଘଟଣା
🎬 Watch Now: Feature Video
ବୌଦ୍ଧ ଜିଲ୍ଲାର ବାଦୀକଟା ଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ଲଳିତ ବାଦୀ ବାଉଁଶୁଣୀ ପଟରୁ ସାଇକେଲ ଯୋଗେ ଫେରୁଥିବା ବେଳେ ରେଢାଖୋଲରୁ କଣ୍ଟାମାଳ ଯାଉଥିବା ଏକ ଆଇ-ଟେନ କାର ତାଙ୍କୁ ଧକ୍କା ଦେଇଥିଲା । ଏହାପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦୁର୍ଘଟଣାର ଖବର ପୋଲିସକୁ ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ