ଆଇସକ୍ରିମ କାଠିରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ଯୁବଶିଳ୍ପୀ

By

Published : Jan 1, 2022, 1:39 PM IST

thumbnail
ପୁରୀ: ବିଦାୟ ନେଇଛି ବର୍ଷ ୨୦୨୧ । ନୂତନ ବର୍ଷ ୨୦୨୨କୁ ସ୍ବାଗତ କରାଯାଇଛି । ତେବେ ପୁରୀର ସିଦ୍ଧମହାବୀର କୁମୁଟି ପାଟଣା ଅଞ୍ଚଳର ଯୁବଶିଳ୍ପୀ ବିଶ୍ବଜିତ ନାୟକ ଆଇସକ୍ରିମ କାଠି ମାଧ୍ୟମରେ ଏକ ନିଆରା କଳାକୃତି ନିର୍ମାଣ କରି ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ୨୭୫ଟି ଆଇସକ୍ରିମ କାଠିରେ ବିଶ୍ବଜିତ ଏହି ନିଆରା କଳାକୃତିଟି ନିର୍ମାଣ କରିଥିବା ବେଳେ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କୋଭିଡ଼ର ତୃତୀୟ ସଂକ୍ରମଣ ତଥା ନୂଆ ଭାରିଏଣ୍ଟ ଓମିକ୍ରନ ଠାରୁ ରକ୍ଷା ପାଇବା ପାଇଁ ହେଲେ ସରକାରଙ୍କ ସମସ୍ତ କଟକଣାକୁ ପାଳନ କରିବା ପାଇଁ ବିଶ୍ବଜିତ ଅନୁରୋଧ କରିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.