ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ, ପାସହାର 74.95% - plus two commerce result announce

🎬 Watch Now: Feature Video

thumbnail

By

Published : Aug 19, 2020, 2:22 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ବାଣିଜ୍ୟ ଫଳ ପ୍ରକାଶିତ । ଚଳିତ ବର୍ଷ ପାସହାର 74.95 ପ୍ରତିଶତ ରହିଛି । 25,772 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 19,318ଜଣ ପାସ କରିଛନ୍ତି । ଗତଥର 70.26 ପ୍ରତିଶତ ପାସହାର ଥିଲା । 16,648ଜଣ ବାଳକ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ 12,215 ଜଣ ପାସ କରିଛନ୍ତି । ପାସହାର 73.37 ପ୍ରତିଶତ ରହିଛି । ସେପଟେ 9,124ଜଣ ବାଳିକା ପରୀକ୍ଷା ଦେଇଥିବାବେଳେ 7,103 ଜଣ ପାସ କରିଛନ୍ତି । ଫଳରେ ପାସହାର 77.8 ପ୍ରତିଶତ ରହିଛି । 6,610 ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ସେହିପରି 4,259ରେ ଦ୍ବିତୀୟ ଶ୍ରେଣୀରେ ପାସ କରିଛନ୍ତି । 8,361 ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.