ପିପିଲି ଉପନିର୍ବାଚନରେ ଘମାଘୋଟ ପ୍ରଚାର, ଆଶାବାଦୀ ନେତା

By

Published : Apr 4, 2021, 2:05 PM IST

thumbnail
ପୁରୀ: ଜୋର୍ ଧରିଲାଣି ନିର୍ବାଚନୀ ପ୍ରଚାର । ଆଗରେ ବିଜେଡି ପଛେ ପଛେ ବିଜେପି ଆଉ କଂଗ୍ରେସ । ପିପିଲି ଏନଏସିର ବିଭିନ୍ନ ୱାର୍ଡ ବୁଲି ଭୋଟ୍ ମାଗୁଛନ୍ତି ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଆଉ ରୁଦ୍ରଙ୍କ ସାରଥି ସାଜିଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲ । ଏନଏସିର 16 ନମ୍ବର ଓ୍ଵାର୍ଡରେ ବାଇକ ରାଲି ଓ ଦ୍ଵାର ଦ୍ଵାର ବୁଲି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି ରୁଦ୍ର । ଏପଟେ ନବୀନ ସରକାରଙ୍କ ସଫଳତା ଓ ମହିଳା ସଶକ୍ତିକରଣକୁ ଆଧାର କରି ମଇଦାନକୁ ଓହ୍ଲାଇଛନ୍ତି ମହିଳା । ବିଧାୟକ ରାଜେନ୍ଦ୍ର ସାହୁ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭୋଟ ପ୍ରଚାରର ମଙ୍ଗ ଧରି ବିଜେଡିକୁ ବହୁମତ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ସେପଟେ ପିପିଲିରେ ପରିବର୍ତ୍ତନର ନାରା ଦେଇଛି ବିଜେପି । 35 ବର୍ଷ ବଦଳରେ 3 ବର୍ଷ ସୁଯୋଗ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସେହପରି ଡେଲାଙ୍ଗକୁ ଫୋକସରେ ରଖିଛି କଂଗ୍ରେସ । 1995 ମସିହାର ପୁନରାବୃତ୍ତି ହେବ ବୋଲି କଂଗ୍ରେସ ଆଶାବାଦୀ । ଆସନ୍ତୁ ଶୁଣିବା ଆସନ ଦଖଲ ନେଇ କଣ ରହିଛି ନେତାଙ୍କ ମୁଡ୍ ....

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.