ଆଜି ବିଷୁବ ସଂକ୍ରାନ୍ତି: ଖାଁ ଖାଁ ମନ୍ଦିର, ବାହାରେ ଦର୍ଶନ କଲେ ଶ୍ରଦ୍ଧାଳୁ
🎬 Watch Now: Feature Video
କଟକ: ଆଜି ପବିତ୍ର ବିଷୁବ ସଂକ୍ରାନ୍ତି । ମହାବୀର ଜୟନ୍ତୀ ଓ ଓଡ଼ିଆ ନବବର୍ଷ। ହିନ୍ଦୁ ଧର୍ମ ଅନୁଯାୟୀ ଆଜିଠାରୁ ନୂତନ ପାଞ୍ଜିର ପ୍ରଚଳିତ ହୋଇଥାଏ। ଘରେ ଘରେ ଦେବାଳୟରେ ପଣା ପୂଜା କରିବାର ପରମ୍ପରା ରହିଛି। ତେବେ କୋରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ଓଡିଆଙ୍କ ବଡ ପର୍ବ ପଣା ସଂକ୍ରାନ୍ତି । ବିଶେଷକରି ଆଜି ମହାବୀର ଜୟନ୍ତୀରେ ସମସ୍ତ ଦେବାଳୟରେ ଭିଡ଼ ଜମିଥାଏ । ମାତ୍ର କୋରୋନା କଟକଣା ପାଇଁ ମନ୍ଦିରରେ ପୂଜା କରିବା ସମ୍ପୁର୍ଣ୍ଣ ବାରଣ ହୋଇଥିବା ବେଳେ କେବଳ ବିଧି ରଖିବା ପାଇଁ ପୂଜାର୍ଚ୍ଚନା କରାଯାଇଛି। କିଛି କିଛି ଭକ୍ତ ମାନେ ମନ୍ଦିର ବାହାରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ