ସରକାରଙ୍କ ଅନଲାଇନ ବ୍ୟବସ୍ଥାକୁ ବିରୋଧୀଙ୍କ ଟାର୍ଗେଟ - bhubaneswar
🎬 Watch Now: Feature Video
ଭୁବନେଶ୍ବର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ରାସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । କୌଣସି ଗରିବ ବ୍ୟକ୍ତି ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଆପଣାଇଛନ୍ତି । ବର୍ତ୍ତମାନ ଏହି ସମସ୍ତ ବ୍ୟବସ୍ଥା ଦ୍ବାରା ଘରେ ବସି ସମସ୍ତେ ସୁବିଧା ପାଇପାରିବେ । ଏବେ ଏହାର ବାସ୍ତବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।