ନୂଆବର୍ଷରେ ୧ ଲକ୍ଷ ନିମ୍ବ ଗଛ ଲଗାଇବାକୁ ଶପଥ - ନିମ୍ ଗଛ ଲଗାଇବାକୁ ସ୍ବେଚ୍ଛାସେବୀଙ୍କ ଲକ୍ଷ୍ୟ ଯାଜପୁର

🎬 Watch Now: Feature Video

thumbnail

By

Published : Jan 1, 2022, 8:45 PM IST

ଯାଜପୁର: ବିଦାୟ ନେଇଛି ପୁରୁଣା ବର୍ଷ 2021 । ପାଦ ଥାପିଛି ନୂଆବର୍ଷ 2022 । ସବୁଆଡେ ଉତ୍ସବର ମାହୋଲ । କିନ୍ତୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ଗଡ଼ରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିରର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି(ଶନିବାର) ଠାରୁ ଆରମ୍ଭ ହୋଇଛି ଉଦ୍ୟମ । ଏଠାରେ ପର୍ଯ୍ୟଟକମାନେ ବୁଲାବୁଲି କରି ମଜା ନେଉଥିବାବେଳେ ସଚେତନ ନାଗରିକ ମଞ୍ଚ, ଆମ ଆଶ୍ରମ, ସୁପର ଥାଟି, ସଂଗଠନର ମିଳିତ ଉଦ୍ୟମରେ ମନ୍ଦିର ପାର୍ଶ୍ଵକୁ ସଫେଇ କରାଯିବା ସହ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଲକ୍ଷ ନିମ୍ବ ଗଛ ଲଗାଇବା ଉଦ୍ଦେଶ୍ୟ ଥିବା କର୍ମକର୍ତ୍ତା କହିଛନ୍ତି । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.