ଅବହେଳିତ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଭଗ୍ନସ୍ତୁପ, ପରିଚୟ ଖୋଜୁଛି ବୀରମାଟି - sambalpur news

🎬 Watch Now: Feature Video

thumbnail

By

Published : Aug 15, 2020, 4:39 PM IST

ସମ୍ବଲପୁର: ଭାରତକୁ ଇଂରେଜ ମାନଙ୍କ ହାତରୁ ସ୍ବାଧୀନ କରିବା ପାଇଁ ଅନେକ ବୀରପୁତ୍ର ଦେଇଛନ୍ତି ନିଜ ପ୍ରାଣବଳୀ । ଆଉ ସେହି ବୀର ପୁତ୍ରଙ୍କ ତ୍ୟାଗ ଓ ବଳିଦାନ ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ । ଆଉ ଏହି ମାଟିର ଛାତିରେ ଆଜି ବି ଜୀବନ୍ତ ତା' ବୀରପୁତ୍ରର ଜୀବନ ସଂଗ୍ରାମ ଓ ମୁକ୍ତି ସଂଗ୍ରାମର କାହାଣୀ । ଏହି ମାଟି ମା'କୁ ସ୍ବାଧୀନ କରାଇବାକୁ ପଶ୍ଚିମ ଓଡିଶାର ଏମିତି ଜଣେ ବୀର ପୁରୁଷ ନେଇଥିଲେ ନେତୃତ୍ବ । ତାଙ୍କ ଦମ୍ଭର ଗର୍ଜନରେ ଥରହର ହୋଇଉଠିଥିଲା ଗୋରା ସରକାର । ଗରିଲା ଯୁଦ୍ଧରେ ପାରଙ୍ଗମ, ବିଚକ୍ଷଣ ବୁଦ୍ଧିର ଅଧିକାରୀ, ଚୌହାନ ରାଜବଂଶର ଦାୟାଦ ସେ ହେଉଛନ୍ତି ଓଡିଶା ସମ୍ବଲପୁର ରେଙ୍ଗାଲି ଖିଣ୍ଡା ଗ୍ରାମରେ ଜନ୍ମିତ ବୀର ସୁରେନ୍ଦ୍ର ସାଏ । ଏହି ନାଁ ଶୁଣିଲେ ମନେପଡେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର କାହାଣୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.