ପ୍ରାର୍ଥୀ ହେବେନି ନବଜ୍ୟୋତି ପଟ୍ଟନାୟକ, ନୂଆମୁହଁ ଦେବ କଂଗ୍ରେସ

By

Published : Oct 9, 2020, 8:38 PM IST

thumbnail
ଭୁବନେଶ୍ବର: ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଲେଶ୍ବର ଓ ତିର୍ତ୍ତୋଲ ଦୁଇଟି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳରେ କିଏ ପ୍ରାର୍ଥୀ ହେବେ ଏକ ପ୍ରକାର ଚୂଡାନ୍ତ ହୋଇସାରିଛି । କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି । ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ପ୍ରାର୍ଥୀ ହେବେ ନାହିଁ ବୋଲି ଜଣାପଡିଛି । ସେହି କ୍ରମରେ କଂଗ୍ରେସର ଦୁଇଜଣ ପ୍ରାର୍ଥୀ ଫାଇନାଲ ହୋଇଥିବା ବିଧାୟକ ତାରାପ୍ରସାଦ ବାହୀନପତି କହିଛନ୍ତି । ସେ କହିଛନ୍ତି ଯେ ଅଫିସିଆଲ ଖୁବଶୀଘ୍ର ଘୋଷଣା ହେବ । ବାଲେଶ୍ବର ସିଟ୍ ପାଇଁ ଜଣେ ଫାଇନାଲ ହୋଇସାଇଛନ୍ତି ଏଆଇସିସି ପକ୍ଷରୁ ଘୋଷଣା ହେବ । ତିର୍ତ୍ତୋଲ ପାଇଁ ମଧ୍ୟ ଆଜି ପ୍ରାର୍ଥୀ ଫାଇନାଲ ହେଇଯିବ ବୋଲି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.