କାନ୍ଧରେ ବନ୍ଧୁକ ଓ ହାତରେ ବାଜା ନେଇ ବିଜୟ ଦିବସ ପାଳିଲେ ମାଓବାଦୀ

By

Published : Aug 11, 2020, 1:03 PM IST

Updated : Aug 11, 2020, 3:14 PM IST

thumbnail
ମାଲକାନଗିରି: କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଓ ହାତରେ ବାଜା ବଜେଇ ନାଚଗୀତରେ ମସଗୁଲ ଲାଲବାହିନୀ । ସାମିଲ ହେଲେ ସୁକୁମା ଦନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳର ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା । ଏହି ଖୁସିର ଆସର ହେଉଛି ବିଜୟ ଦିବସ ପାଳନ ଅବସରରେ । ଗତ ଜୁଲାଇ 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିଥିଲେ ଶହୀଦ ସପ୍ତାହ । ଆଉ ଏହା ସଫଳ ହେବ ପରେ ମାଓବାଦୀ ପାଳୁଛନ୍ତି ବିଜୟ ଉତ୍ସବ। ଯେଉଁଥିରେ ସାମିଲ ହୋଇଛନ୍ତି 5 ହଜାରରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଭାବେ ଆଦିବାସୀ ମହିଳା ଏବଂ ପୁରୁଷ । ଏହି ବିଜୟ ଉତ୍ସବରେ ଶତାଧିକ କ୍ୟାଡର ମାଓବାଦୀ ମଧ୍ୟ ସାମିଲ ହୋଇଥିଲେ । ଏହି କ୍ୟାଡର ମାଓବାଦୀ ଗାଁ ଲୋକଙ୍କ ସହ ତାଳରେ ତାଳ ଦେଇ ଆନନ୍ଦ ଉଲ୍ଲାସରେ ନାଚୁଥିବା ଦେଖାଯାଇଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା, ଦନ୍ତେୱାଡା ଏବଂ ବିଜାପୁରର ସୀମାବର୍ତ୍ତି ଜଙ୍ଗଲରେ । ମାଓବାଦୀଙ୍କ ଏହି ରଙ୍ଗୀନ କାର୍ଯ୍ୟକ୍ରମ 3 ଦିନ ଧରି ଚାଲିଥିଲା । ଏହାକୁ ଦକ୍ଷିଣ ବସ୍ତର ବ୍ୟୁରୋ ମାଓ ସଙ୍ଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା ।
Last Updated : Aug 11, 2020, 3:14 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.