ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେପି, ମାହାଙ୍ଗା ହତ୍ୟା ମାମଲାରେ ପ୍ରତାପଙ୍କ ଇସ୍ତଫା ଦାବି - Mahanga Murder case
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲେ ବିରୋଧୀ । କଟକରେ ଛାତ୍ରୀଙ୍କ ହାତ ଗୋଡ ବାନ୍ଧି ପୋଡିବା ପ୍ରସଙ୍ଗ ସମେତ ପରୀ, ପିହୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେହିପରି ମାହାଙ୍ଗା ହତ୍ୟା ଘଟଣା ସହ ଚାରି ଚାରିଟି ହତ୍ୟା ଘଟଣା ଉଲ୍ଲେଖ କଲେ ମୋହନ ମାଝୀ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିବା ସହ ତାଙ୍କ ନାଁରେ ମାହାଙ୍ଗା ହତ୍ୟା ମାମଲାରେ ଏଫଆଇଆର ରହିଛି । ସେ ବଡ଼ ପଣ୍ଡା । ତାଙ୍କ ପାଖରେ ଆଇନ ପହଞ୍ଚି ପାରିବନି ବୋଲି ସେ ଅଭିଯୋଗ କରିଛନ୍ତି ।