ବେହାଲ ଲଡୁଗାଁ ରାସ୍ତା, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ
🎬 Watch Now: Feature Video
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନ ମାନର କାମ ଦେଖିବାକୁ ମିଳିଛି । ଗୋଟିଏ ବର୍ଷ ପୂର୍ବରୁ ତିଆରି ହୋଇଥିବା ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଛି । ଏପଟେ ବର୍ଷା ଯୋଗୁଁ ରାସ୍ତା ସାରା ଖାଲି କାଦୁଅ ପାଣିରେ ଭର୍ତ୍ତି ହୋଇଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ପରିଚିତ ଲଡୁଗାଁ ରାସ୍ତା । ଗତ ବର୍ଷ ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ସରକାରଙ୍କ ତରଫରୁ ଖର୍ଚ୍ଚ ହୋଇଥିଲା । ହେଲେ ଏହି କାମକୁ ବର୍ଷେ ନପୁରୁଣୁ ଅବସ୍ଥା ବେହାଲ ହୋଇପଡୁଛି । ସରକାରୀ ଟଙ୍କାକୁ ଆତ୍ମସାତ କରି ନିମ୍ନ ମାନ ରାସ୍ତା କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।