ଫେସବୁକରେ ପ୍ରେମ ନିବେଦନ ପଡିଲା ମହଙ୍ଗା, ବିଚ୍ ରାସ୍ତାରେ ଖାଇଲେ ନିର୍ଧୁମ ଛେଚା
🎬 Watch Now: Feature Video
ଭଦ୍ରକ: ମହଙ୍ଗା ପଡିଲା ପ୍ରେମ ନିବେଦନ । ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ନିର୍ଧୁମ ଛେଚା ଖାଇଲେ ଯୁବକ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକଠାରେ । ସୂଚନାନୁସାରେ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ଜଣେ ଯୁବକ ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ । ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାର ମେସେଜ ଦେଇ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଯୁବକ । ଶେଷ ମହିଳା ଜଣକ ଯୁବକଙ୍କ ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ଯୁବକଙ୍କୁ କାବୁ କରିବାକୁ ଆରମ୍ଭ ହୋଇଥିଲା ଯୋଜନା ।