କେନ୍ଦୁଝର ପୁଅ ଜିତେନ୍ଦ୍ରଙ୍କ ATM ପେଟ୍ରୋଲ ମେସିନ, ସ୍କାନ କଲେ ବାହାରୁଛି ତେଲ - କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍
🎬 Watch Now: Feature Video
କେନ୍ଦୁଝର: ଏଟିଏମ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବା କଥା ସଭିଙ୍କୁ ଜଣା । ହେଲେ ଏଟିଏମ ପେଟ୍ରୋଲ ମେସିନ କଥା ହୁଏତ କେହି ଆଗରୁ କେବେ ଶୁଣି ନଥିବେ । ଯେଉଁ ମେସିନ କଥା କେବେ କେହି କଳ୍ପନା କରିନଥିଲେ, ତାହାକୁ ବାସ୍ତବତାରେ ପରିଣତ କରିଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର ଜଣେ ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ । ଏହି ମେସିନକୁ ପରିଚାଳିତ କରିବା ପାଇଁ କୌଣସି ବ୍ୟକ୍ତିର ଆବଶ୍ୟକତା ନଥାଏ । ଗ୍ରାହକ କେବଳ ଟଙ୍କା ଭର୍ତ୍ତି କଲେ ଯଥା ପରିମାଣର ପେଟ୍ରୋଲ ବାହାରିଥାଏ । ଏହା ଆଖପାଖ ଅଞ୍ଚଳବାସୀଙ୍କୁ ସୁବିଧା ଜନକ ହେବା ସହ ରାତି ସମୟରେ ଭୋଗୁଥିବା ଅସୁବିଧା ମଧ୍ୟ ଦୂର ହୋଇଛି । ଆଦିବାସୀ ଯୁବକ ଜିତେନ୍ଦ୍ରଙ୍କ ଏହି ନିଆରା ଉଦ୍ଭାବନ ଏବେ ତାଙ୍କୁ ନୂଆ ପରିଚୟ ଦେବା ସହ ଲୋକଙ୍କୁ ଯୋଗାଇଛି ଅନେକ ସୁବିଧା ।