ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି 'ଫୋନରେ ଏସପି' - ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି ଫୋନରେ ଏସପି
🎬 Watch Now: Feature Video
ଝାରସୁଗୁଡା: ଆସନ୍ତା ସୋମବାର ଠାରୁ ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହେଉଛି ଫୋନରେ ଏସପି । ପ୍ରତି ସପ୍ତାହର ସୋମବାର ସକାଳ ସାଢେ 10:30ଟାରୁ ସାଢ଼େ 11:30ଟା ପର୍ଯ୍ୟନ୍ତ ଏସପିଙ୍କ ଫୋନ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୋଲିସ ବିଭାଗର ଅବହେଳା ହେଉ କିମ୍ବା କୌଣସି ସମସ୍ୟା ଉପରେ ସିଧାସଳଖ ଏସପିଙ୍କ ସହ ଯୋଗାଯୋଗ କରି ପାରିବେ ସାଧାରଣ ଲୋକେ । ଏଥିସହ କୋରୋନା କଟକଣା ପାଇଁ ଆସି ପାରୁ ନଥିବାରୁ ଏପରି ଏକ ପଦକ୍ଷେପ ନେଇଛନ୍ତି ଝାରସୁଗୁଡା ଏସପି ରାହୁଲ ପି.ଆର ।