ମହାଶିବରାତ୍ରୀ: ବାବା ଲୋକନାଥଙ୍କ ପୀଠ ଉତ୍ସଵମୁଖର - maha shivaratri
🎬 Watch Now: Feature Video
ପୁରୀ: ମହାଶିବରାତ୍ରୀକୁ ନେଇ ପୁରୀ ସହର ଉତ୍ସଵମୁଖର । ବାବା ଲୋକନାଥଙ୍କ ପୀଠରେ ଜାଗର ପାଳନ ନେଇ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମନ୍ଦିର ବେଢ଼ା ସହ ଚାରି ପାଖରେ ହଜାର ହଜାର ଶ୍ରଦ୍ଧାଳୁ ଜାଗର ଦୀପ ଜାଳି ଲୋକନାଥ ମହାପ୍ରଭୁଙ୍କ ମହାଦୀପ ଉଠିବା ଅପେକ୍ଷାରେ ରହିଛନ୍ତି। ଲୋକନାଥ ପୀଠରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ତେବେ ପ୍ରଭୁ ଲୋକନାଥଙ୍କ ପରମ୍ପରା ଅନୁଯାୟୀ ଭୋର 3 ଟା ସମୟରେ ମହାଦୀପ ଉଠିବ। ବାବା ଲୋକନାଥଙ୍କ ପୀଠରେ ସନ୍ଧ୍ୟା ପରେ କିଭଳି ରହିଛି ପରିବେଶ ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ