ତଦନ୍ତ ପ୍ରକ୍ରିୟାରେ ଲକଡାଉନ ପ୍ରଭାବ, ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା - investigation affected

🎬 Watch Now: Feature Video

thumbnail

By

Published : Jul 23, 2020, 7:23 PM IST

ଭୁବନେଶ୍ବର: ଅପରାଧିକ ତଥା ଅନ୍ୟାନ୍ୟ ମାମଲାର ତଦନ୍ତ ପ୍ରକ୍ରିୟାରେ ଲକଡାଉନର ମାଡ । ପ୍ରଭାବିତ ହେଉଛି ତଦନ୍ତ ପ୍ରକ୍ରିୟା । କମ କର୍ମଚାରୀରେ ହେଉନି ସଠିକ ତଦନ୍ତ ! ହାତବାନ୍ଧି ବସିଛନ୍ତି ତଦନ୍ତକାରୀ ସଂସ୍ଥା । ଲୋକାଲ ଥାନା ହେଉ କି ଜିଆରପି, ଭିଜିଲାନ୍ସ , କ୍ରାଇମବ୍ରାଞ୍ଚ କିମ୍ବା ଅବକାରୀ ବିଭାଗ ସବୁଠି ସମାନ ଅବସ୍ଥା । କ୍ରାଇମ ଇନଭେଷ୍ଟିଗେସନଠୁ ଆରମ୍ଭ କରି ରେଡ ଓ ସର୍ଚ୍ଚ ଅପରେସନ୍‌ ସବୁଠି ପଡିଛି ଲକଡାଉନ ପ୍ରଭାବ । ସିବିଆଇ, ଇଡି, କଷ୍ଟମର୍ସ ଭଳି କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସମାନ ସ୍ଥିତି । ସଭିଁଙ୍କୁ ଘାରିଛି କୋରୋନା ଚିନ୍ତା । କୋରୋନା ପାଇଁ 25 ପ୍ରତିଶତ କର୍ମଚାରୀଙ୍କୁ ନେଇ କରିବାକୁ ପଡୁଛି କାମ । ଫଳରେ ଜିଲ୍ଲା ବା ରାଜ୍ୟ ବାହାରକୁ ଯିବା ମୁସ୍କିଲ । ଯେଉଁଥିପାଇଁ ପୂର୍ବପରି ଗିରଫ ହେଉନାହାଁନ୍ତି ଅଭିଯୁକ୍ତ । ଥାନା ସ୍ତରରେ ଅନେକ ମାମଲା ପଡିଥିବାବେଳେ ଇଓଡବ୍ଲୁ ଓ ସିବିଆଇରେ ପଡିରହିଛି ଅନେକ ଅର୍ଥନୈତିକ ଠକେଇ ମାମଲା । ସେହିପରି ଇଡି, କଷ୍ଟମ୍ସ ଓ ଇନକମ ଟ୍ୟାକ୍ସ ଭଳି ସଂସ୍ଥାଙ୍କର ହେଉନି ପୂର୍ବପରି କାର୍ଯ୍ୟାନୁଷ୍ଠାନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.