ଅନୁଗୋଳରେ କୁଆପଥର ବର୍ଷା - ଅନୁଗୋଳ ଖବର
🎬 Watch Now: Feature Video
ଅନୁଗୋଳ: ଅନୁଗୋଳରେ ଅସ୍ୱାଭାବିକ ପାଣିପାଗ । ସକାଳେ ଘନ କୁହୁଡ଼ି, ଦିନରେ ଖରା ଆଉ ସନ୍ଧ୍ୟାରେ କୁଆ ପଥର ବର୍ଷା ହେଉଛି । ଯାହାକୁ ନେଇ ଅନୁଗୋଳ ବାସୀ ନୟାନ୍ତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ବ୍ରାହ୍ମଣବିଲ୍ ଗ୍ରାମ ଅଞ୍ଚଳରେ ଗତକାଲି ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ପ୍ରାୟ ୧୫ ରୁ ୨୦ ମିନିଟ ଧରି ହୋଇଥିଲା ଏହି କୁଆପଥର ବର୍ଷା । ସେପଟେ ଏହାର ପ୍ରଭାବ ଅମଳ ଫସଲ ଉପରେ ପଡିଛି। ବ୍ଲକର ବ୍ରାହ୍ମଣବିଲ୍ ,ଭାଗଲକଟା,ସନ୍ତରାବନ୍ଧ କରଡାବାହାଳୀ ଗାଁରେ ପରିବାର ଫସଲ ନଷ୍ଟ ହେବା ସହ ଅନେକ ମାତ୍ରାରେ ଫୁଲଫଳ ଝଡିଯାଇଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ