ଭିନ୍ନକ୍ଷମ ମେଘମାଳା: ସଙ୍ଗୀତ ପ୍ରତିଭା ଆଗରେ ଅର୍ଥ ସାଜିଛି ବାଧକ - ଭିନ୍ନକ୍ଷମ କଣ୍ଠଶିଳ୍ପୀ ମେଘମାଳା
🎬 Watch Now: Feature Video
ଭୁବନେଶ୍ବର: ଛୁଆଟି ଦିନରୁ ଏକା କରି ଆରପାରିକୁ ଚାଲିଯାଇଥିଲେ ବାପା । ପରେ ହାତ ଧରି ବଡ କରିଥିଲେ ବଡ ଭଉଣୀ । ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ‘ମେଘମାଳା’ । ଯିଏ ଭିନ୍ନକ୍ଷମ ହେଲେ ବି ନିଜ ସ୍ବର ଯାଦୁରେ ବାନ୍ଧି ପାରିଛନ୍ତି ଅନେକଙ୍କ ହୃଦୟ । ଦୁନିଆର ଆଲୋକ ଦେଖିବାରେ ଅକ୍ଷମ ମେଘମାଳା କେବେ ନିଜ ଦୃଷ୍ଟିଶକ୍ତିକୁ ନେଇ ମନ ଉଣା କରିନାହାଁନ୍ତି ବରଂ ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ପ୍ରତିଭା ବଳରେ ବଡ ବଡ ସଫଳତା ପାଇବାକୁ ରଖିଛନ୍ତି ଆଶା ।