thumbnail

By

Published : Jan 26, 2022, 3:11 PM IST

ETV Bharat / Videos

ପୁଣି କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

ରାଇରଙ୍ଗପୁର: ପୁଣି କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମାତିଛି ଏକ ଗୋଠଛଡ଼ା ଦନ୍ତାହାତୀ। ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ପଣସଡିହା ଓ ଦାନୁଆବାଲିପୋଷି ଗାଁରେ ଏକ ଦନ୍ତାହାତୀ ପଶି ଚାରୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛି । ପନିପରିବା ଚାଷ ନଷ୍ଟ କରିବା ସହିତ ଘରେ ଥିବା ସାମଗ୍ରୀ ମଧ୍ୟ ନଷ୍ଟ କରିଛି। ଠାକୁରମୁଣ୍ଡା ରେଞ୍ଜ ଗୋଟିଏ ଦନ୍ତା ହାତୀ ପାଇଁ ୪୦ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେପଟେ କୁଜିଆମ ଜଙ୍ଗଲରେ ୮ ଟି ହାତୀପଲ ଥିବାର ସୂଚନା ନେଇ ସେମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.