ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ଦାବି - sugar mill in Nayagarh
🎬 Watch Now: Feature Video
ନୟାଗଡ଼: ବିଗତ ଦିନରେ ଉଚ୍ଚ ନ୍ୟାୟାଳୟ ଚିନିକଳର ସୁରକ୍ଷା ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ଦେଇଥିବା ବେଳେ ବାରମ୍ବାର ଯନ୍ତ୍ରାଂଶ ଚୋରି ହୋଇ ଚାଲିଛି । ଏଥିଲାଗି ଚିନିକଳ ବହୁତ ଦିନ ଧରି ବନ୍ଦ ରହିଛି । ତେବେ ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ବାରମ୍ବାର ଚିନିକଳର ଯନ୍ତ୍ରାଂଶ ଚୋରି ହେଉଥିବାରୁ ବର୍ତ୍ତମାନର ସ୍ଥିତି ଅନୁସାରେ କଳକୁ ସରକାର ପୁନଃକାର୍ଯ୍ୟକ୍ଷମ କରିହେବ ନାହିଁ । ତେଣୁ ଏହାର କାର୍ଯ୍ୟକ୍ଷମ ଦାବିରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ବ୍ୟାପକ କରିବ ବୋଲି ସ୍ପଷ୍ଟ କରିଛି । ଆଗାମୀ ଦିନରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ରାଜନେତାଙ୍କୁ କଳ ଚାଲୁ କରିବାକୁ ଦାବି କରିବ । ଚିନିକଳ ସହ ସମ୍ପୃକ୍ତ ଶ୍ରମିକ, ଚାଷୀ ଏବଂ କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ସୂଚନା ଦେଇଛନ୍ତି l