Etv Bharat Digital Dialogue: ଆଧୁନିକ ଜ୍ଞାନକୌଶଳରେ ପିଲା ପାଠ ପଢନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ - ରୂପାନ୍ତର ହେଉଛି ଓଡିଶା ସରକାରୀ ସ୍କୁଲ

🎬 Watch Now: Feature Video

thumbnail

By

Published : Dec 20, 2021, 5:10 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଯେଉଁ ସବୁ ମହତ୍ବକାଂକ୍ଷୀ ଯୋଜନା ରହିଛି ତାହା ମଧ୍ୟରେ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ରାଜ୍ୟର ସ୍କୁଲ ରୂପାନ୍ତରଣ । ରାଜ୍ୟ ସରକାରଙ୍କ 5T ଇନିସିଏଟିଭର ତତ୍ତ୍ବାବଧାନରେ ହେଉଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ସ୍କୁଲ ରୂପାନ୍ତର ବା ଟ୍ରାନସଫରମେସନ ହେଉଛି। ରୂପାନ୍ତରଣ ପ୍ରକ୍ରିୟାରେ ଉଦ୍ଦେଶ୍ୟ ହେଉଛି ପରବର୍ତ୍ତିତ ସମୟରେ ପ୍ରତିଯୋଗତାକୁ ଦେଖି ସ୍କୁଲର ଭିତ୍ତିଭୂମି ବିକାଶ କରିବା, ପିଲାଙ୍କୁ ଏକବିଂଶ ଶତାଦ୍ଧୀରେ ବିଭିନ୍ନ ଜ୍ଞାନକୌଶଳ ନେଇ ପ୍ରଶିକ୍ଷିତ କରାଇବା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭବିଷ୍ୟତ ପାଇଁ ଯେଉଁ ଆକାଂକ୍ଷା ରହିଛି ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା । ଏହି ପ୍ରକ୍ରିୟାରେ ସ୍ମାର୍ଟ କ୍ଳାସରୁମ, ଲାବରୋଟାରୀ , ଇ -ଲାଇବ୍ରେରୀ, ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଏହାକୁ ନେଇ ଚଳିତ ସପ୍ତାହ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର କଣ କହୁଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.