ନୂଆବର୍ଷରେ ନିରାଶ ଶ୍ରଦ୍ଧାଳୁ, ସିଂହଦ୍ବାରରୁ ମଣିମାଙ୍କୁ ମୁଣ୍ଡିଆ ମାରି ନେଲେ ଆଶୀର୍ବାଦ

By

Published : Jan 1, 2022, 11:49 AM IST

thumbnail
ପୁରୀ: ନୂଆବର୍ଷରେ କାଳିଆ ସାଆନ୍ତେଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ସାଜିଲା ମହାମାରୀ । କୋରୋନା ଭୟାବହତା ଯୋଗୁଁ ନୂଆବର୍ଷରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ ତଥାପି ବଡଦାଣ୍ଡକୁ ଛୁଟି ଆସିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ପତିତପାବନଙ୍କୁ ସ୍ବଚକ୍ଷୁରେ ଦର୍ଶନ ନ କରିପାରିଲେ ମଧ୍ୟ ସିଂହଦ୍ବାରରୁ କର ଯୋଡି ଓ ବାହୁ ମେଲାଇ ଆରାଧ୍ୟଙ୍କୁ ପ୍ରାର୍ଥନା କରିଛନ୍ତି । ସେହି ସିଂହଦ୍ବାରରୁ ହିଁ ମଣିମାଙ୍କୁ ମୁଣ୍ଡିଆ ମାରି ଆତ୍ମସନ୍ତୋଷ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.