ଦେଶୀୟ ଜ୍ଞାନରେ ଦେଶୀ ଭେଣ୍ଟିଲେଟର, ନିର୍ମାଣ କଲେ ବି-ଟେକ ଛାତ୍ର - ଦେଶୀୟ ଜ୍ଞାନ
🎬 Watch Now: Feature Video
ଭଞ୍ଜନଗର: ଲକଡାଉନ ସମୟରେ ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି ବିଟେକ ତୃତୀୟ ବର୍ଷରେ ପଢ଼ୁଥିବା ଆଇଟି ଛାତ୍ର। କୋରୋନା ମହାମାରୀ ସମୟରେ ରୋଗୀଙ୍କ ଯେଭଳି ଅକ୍ସିଜେନ ଅଭାବରୁ ମୃତ୍ୟୁ ନହେବ ତାହାକୁ ଦୃଷ୍ଟିରେ ରଖି କରାଯାଇଛି। ସେ ପ୍ରସ୍ତୁତ କରିଥିବା ଭେଣ୍ଟିଲେଟରଟି ରୋଗୀକୁ ଜରୁରୀ ପରିସ୍ଥିତିରେ ସୁବିଧାରେ ଅକ୍ସିଜେନ ଯୋଗାଇ ଦେଇପାରିବ। ତାହା ସହିତ ସ୍ୱଳ୍ପ ଖର୍ଚ୍ଚରେ ମଧ୍ୟ ବଜାରରେ ଉପଲବ୍ଧ ହୋଇପାରିବ। ଜଣେ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀ ଏହାକୁ ଘରେ ରଖି ବ୍ୟବହାର କରି ପାରିବେ ବୋଲି କହିଛନ୍ତି ନିର୍ମାତା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଟେକ ଛାତ୍ର ଅନନ୍ୟ ଅପ୍ରମ୍ୟ । ଭୁବନେଶ୍ୱରରେ ରହି ଇଞ୍ଜିନିୟରିଂ କରୁଛନ୍ତି। ଲକ୍ ଡାଉନ ପରଠାରୁ କଲେଜ ବନ୍ଦ ହେବା ପରେ ସେ ନିଜ ଘରେ ରହୁଛନ୍ତି । ବାପାଙ୍କ କଥାରେ ଅନୁପ୍ରାଣିତ ହୋଇ କୋରୋନା ସମୟରେ ରୋଗୀଙ୍କ ପାଇଁ କିଛି କରିବାର ଜିଜ୍ଞାସା ମନରେ ଆସିଥିଲା। ନିଜ ଅଧ୍ୟାପକଙ୍କ ପରାମର୍ଶ କ୍ରମେ ଆଠ ଜଣ ସାଙ୍ଗକୁ ନେଇ ଏକ ଟିମ ହୋଇଥିଲା । ଭେଣ୍ଟିଲିଟରଟିକୁ ପ୍ରସ୍ତୁତ କରିବା ପାଇଁ ପୁରାଟିମ ପ୍ରୟାସ ଆରମ୍ଭ କରିଥିଲା। ଅକ୍ସିଜେନ ହୁଡ଼, ରିଂ ସେଟ, ନେକ ସିଲ, ବ୍ୟାକ୍ଟେରିଆଲ ଫିଲଟର, ପୀପ ଭଲବ, ଥ୍ରୀ ୱେ କନେକ୍ଟର, ଟବିଙ୍ଗ ସର୍କିଟ, ଆମ୍ବୁବେଗ ସଂଗ୍ରହ କରିବାକୁ ପଡିଥିଲା। ଏହି ସବୁ ସାମଗ୍ରୀରେ ପ୍ରସ୍ତୁତ ହୋଇଛି ପୁରା ସ୍ବଦେଶୀ ଭେଣ୍ଟିଲେଟର। ଏହି ଭେଣ୍ଟିଲେଟରର ନାମ ଦେଇଛନ୍ତି ସ୍ୱାସ୍ନର। ଏହାକୁ ଅମ୍ଳଜାନ ସିଲିଣ୍ଡର ରଖିଥିବା ରୋଗୀ ଏବଂ ଯେଉଁମାନଙ୍କ ପାଖରେ ସିଲିଣ୍ଡର ନାହିଁ ସେମାନେ ମଧ୍ୟ ଆମ୍ବୁବେଗକୁ ହାତରେ ପମ୍ପିଂ କରି ବ୍ୟବହାର କରିପାରିବେ।