thumbnail

By

Published : Nov 21, 2021, 10:31 AM IST

ETV Bharat / Videos

ସିଲଭର ସିଟିରେ ଛାଡ଼ଖାଇ, ଚିକେନ-ମଟନରେ ମାଡ, ମାଛ ବଜାର ମାନ୍ଦା

କଟକ: ଆଜି ଛାଡଖାଇ ପାଳୁଛି ଓଡିଶା । ପରମ୍ପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଛାଡଖାଇ ହୋଇଥିଲେ ହେଁ ଗତକାଲି ଶନିବାର ଥିବାରୁ ଆଜି ଆଇଁଷ ବାରରେ ପାଳନ ହେଉଛି ଛାଡଖାଇ । ଗାଁ ଗଣ୍ଡାଠୁ ଆରମ୍ଭ କରି ସହରର ସବୁ ଆଇଁଷ ବଜାରରେ ସକାଳୁ ଲମ୍ବା ଲାଇନ ଲଗାଇଛନ୍ତି ଲୋକେ । କଟକରେ ମଧ୍ୟ ସମାନ ଦୃଶ୍ୟ ଦେଖାଯାଇଛି । ତେବେ ଲୋକେ ମାଛ ଅପେକ୍ଷା ମାଂସ ଉପରେ ଅଧିକ ଫୋକସ କରୁଛନ୍ତି । ତେଣୁ ମଟନ, ଚିକେନ ଦୋକାନରେ ଯେଉଁଠି ଲୋକେ ଦଳଚକଟା ହେଉଛନ୍ତି, ଅନ୍ୟପଟେ କିନ୍ତୁ ଖାଁ ଖାଁ ପଡିଛି ମାଛ ଦୋକାନ । ଦର ପୂର୍ବପରି ଥିଲେ ମଧ୍ୟ କ୍ବଚିତ୍ ଲୋକେ ମାଛ କିଣୁଥିବାରୁ ମାଛ ବ୍ୟବସାୟୀଙ୍କ ଛାଡଖାଇ ଖୁସି ଫିକା ପଡିଛି । ତେବେ ଆଜି ସିଲଭରସିଟି ଆଇଁଷ ବଜାରରେ କ'ଣ ରହିଛି ଦର ଏବଂ କ'ଣ କହୁଛନ୍ତି ବ୍ୟବସାୟୀ ଶୁଣନ୍ତୁ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.