ଭଗବାନ ଭରସାରେ ଜୀବନ, କୋଭିଡ ଛଡାଉଛି ଦୃଷ୍ଟିଶକ୍ତି

By

Published : Sep 24, 2020, 10:43 PM IST

thumbnail

କଟକ: ମାରାତ୍ମକ ମହାମାରୀ କବଳରେ ସମଗ୍ର ବିଶ୍ୱ । ଆଉ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକ଼ଡାଉନ ସଟଡାଉନ ମାଡରେ ଗଭୀର ଭାବେ ଗୁରୁତର ସ୍ବାସ୍ଥ୍ୟ ସେବା । କୋଭିଡ ଡରରେ ଲୋକ ବଡ ବଡ ରୋଗକୁ ଖାତିର ନ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଫଳରେ ହରାଉଛନ୍ତି ଚକ୍ଷୁ ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ବର୍ତ୍ତମାନ ସମୟରେ ଯାହାର ଚକ୍ଷୁ ସମସ୍ୟା ରହୁଛି ସେମାନେ ହସ୍ପିଟାଲ ଆସିବାକୁ ଡରୁଛନ୍ତି । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ଭୟଙ୍କର ହେଉଛି କୋଭିଡ ଭୟବହତା। ମହାମାରୀ ମାଡରେ ଧୀମା ପଡିଛି ଜୀବନ ଗତିବିଧି । ସେପଟେ ଯାତାୟତ ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିନି । କାମଧନ୍ଦା ବନ୍ଦ ଥିବାରୁ ଆୟ ବି ନାହିଁ । ଯେଉଁଥିପାଇଁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଥିବା ବେଳେ ରୋଗୀ ବିପଦର ସାମ୍ନା କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.