'ରାଜ୍ୟରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ' - କୋରୋନା କାୟା
🎬 Watch Now: Feature Video
ଭୁବନେଶ୍ବର: କୋରୋନା ମହାମାରୀ ଦିନକୁ ଦିନ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଜୁଲାଇ ମାସରେ ରାଜ୍ୟରେ ଅହେତୁକ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା। ପଜିଟିଭ ସଂଖ୍ୟା ବଢିବା ସହ ସ୍ଥାନୀୟ ସଂକ୍ରମଣ ମଧ୍ୟ ବଢୁଛି।ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି କି? ତାକୁ ନେଇ ଚିନ୍ତାପ୍ରକଟ କରାଯାଇଛି । କୋରୋନା କାୟାରେ ସାରା ବିଶ୍ବ। ଅନେକ ଦେଶରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ କିଛି ଦେଶରେ କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଭାରତ ଭଳି ଜନବହୁଳ ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଯଦି ଓଡିଶା ତଥ୍ୟ ଦେଖିବା ତେବେ ଜୁନ ମାସ ଅପେକ୍ଷା ଜୁଲାଇ ମାସରେ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରାୟତଃ ଦିନ ଏକ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସମୟରେ ସ୍ଥାନୀୟ ସଂକ୍ରମଣ ମଧ୍ୟ ବୃଦ୍ଧି ଘଟୁଛି।