ବିଜେପିର ବିଭାଜନ ନୀତି ଚଳିବନି, କଂଗ୍ରେସ କ୍ଷମତାକୁ ଫେରିବ: ପ୍ରଦୀପ ମାଝୀ - ବିଧାନସଭା ନିର୍ବାଚନ
🎬 Watch Now: Feature Video
ଗୌହାଟୀ: ଆସାମ ଜନତା ବିଜେପିକୁ ଦ୍ବିତୀୟ ଥର ଚାହୁଁନାହାଁନ୍ତି । ଆସାମରେ କଂଗ୍ରେସ ପୁରା ଶକ୍ତି ସହ କ୍ଷମତାକୁ ଫେରିବ । ବିଭାଜିତ ଭୋଟକୁ ଏକାଠି କରିବାରେ ଦଳ ସଫଳ ହୋଇଛି । ଅପର ଆସାମରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି । କଂଗ୍ରେସକୁ ଆସାମବାସୀ କ୍ଷମତାକୁ ଫେରାଇ ଆଣିବାକୁ ମାନସିକ ଭାବେ ନିଷ୍ପତ୍ତି ନେଇ ସାରିଛନ୍ତି । ଯାହା ପ୍ରଥମ ଦୁଇଟି ପର୍ଯ୍ୟାୟରେ ସ୍ପଷ୍ଟ ହୋଇଛି । ପରାଜୟ ଅନୁଭବ କରି ବିଜେପି ବେଆଇନ ପନ୍ଥା ଅବଲମ୍ବନ କରୁଛି । ବିଜେପିର ବିଭାଜିତ ନୀତିକୁ ଲୋକେ ସଠିକ ଜବାବ ଦେବେ । ଆସାମ ନିର୍ବାଚନରେ ପ୍ରଚାର କରୁଥୁବା ରାଜ୍ୟ (ଓଡିଶା) କଂଗ୍ରେସର କାର୍ଯ୍ୟକାରୀ ସଭାପତି ଏହା କହିଛନ୍ତି । ଦେଖନ୍ତୁ ଆସାମରୁ ପ୍ରଦୀପ ମାଝୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର...