ବାଲୁକା କଳାରେ ବିଡେନ ଓ କମଲାଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା - sand art wish to newly elected president of usa
🎬 Watch Now: Feature Video
ପୁରୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଳୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣିମ ବେଳାଭୂମିରେ ଉଭୟଙ୍କର ବାଲୁକା ପ୍ରତିକୃତି ନିର୍ମାଣ କରି ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ଚଳିତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପରାଜିତ କରି ବିଡେନ ରାଷ୍ଟ୍ରପତି ପଦ ଅକ୍ତିଆର କରିଥିବାବେଳେ କମଳା ହାରିସ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ବିଜୟୀ ହୋଇଛନ୍ତି । ଫଳାଫଳ ଆସିବା ପରେ ଉଭୟଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।