ସଂକ୍ରମଣ ଭୟରେ ଯନ୍ତ୍ରଣା ସହୁଛି ଜନନୀ, ଫାଙ୍କା ପଡୁଛି ପ୍ରସୂତୀ କେନ୍ଦ୍ରର ବେଡ

🎬 Watch Now: Feature Video

thumbnail
ଭଦ୍ରକ: ପିଛା ଛାଡୁନି କୋରୋନା । ଚାରିଆଡେ ଅଦୃଶ୍ୟ ଭାଇରସର କୋପ । ସ୍ବାସ୍ଥ୍ୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଦୋହ୍ଲାଇଥିବା ମହାମାରୀ କୋଭିଡର ପ୍ରଭାବ ପ୍ରସବ କେନ୍ଦ୍ରରେ ଦେଖିବାକୁ ମିଳିଛି । ରାଜ୍ୟରେ ସଂକ୍ରମଣର ଦ୍ରୁତ ଅଗ୍ରଗତି, ଗର୍ଭବତୀ ଓ ପ୍ରସୂତୀଙ୍କୁ ଡରାଇ ରଖିଛି । କୋରୋନା ଭୟରେ ପ୍ରସବ ଯନ୍ତ୍ରଣାକୁ ସହ୍ୟ କରି ନେଉଛନ୍ତି ଗର୍ଭବତୀ । ଫଳରେ ସରକାରୀ ପ୍ରସବ କେନ୍ଦ୍ରର ବେଡ ଗୁଡିକ ଖାଲି ପଡୁଥିବାର ଦେଖିବାକୁ ମିଳିଛି । ସାଧାରଣତଃ ଗରିବ, ନିମ୍ନ ମଧ୍ୟବର୍ତ୍ତୀ ବର୍ଗର ଲୋକମାନେ ସରକାରୀ ପ୍ରସବ କେନ୍ଦ୍ର ଉପରେ ନିର୍ଭର କରନ୍ତି । ହେଲେ ବର୍ତ୍ତମାନ ଫାଙ୍କା ପଡିଛି ବେଡ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସବ କେନ୍ଦ୍ରରେ କୋଭିଡ ଗାଇଡର ସମସ୍ତ ନିୟମ ପାଳନ କରାଯାଉଛି । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା, ସାନିଟାଇଜ ଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ପାଳନ ହେଉଛି । ହେଲେ ତଥାପି ସମସ୍ତ ନିୟମ ଓ ସ୍ବଚ୍ଛତା ସତ୍ତ୍ବେ ଆଗ ପରି ହସ୍ପିଟାଲର ପାଦ ମାଡୁନାହାଁନ୍ତି ଗର୍ଭବତୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.