thumbnail

ଆଜି ରାତି 8ରେ ଅଧର ପଣା ନୀତି

By

Published : Jul 3, 2020, 7:35 PM IST

ପୁରୀ: ଆଜି ମହାପ୍ରଭୁଙ୍କ ଅଧର ପଣା ନୀତି । ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ରାତି 8 ଟାରେ ତିନି ରଥରେ ଅଧର ପଣା ନୀତି ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସକାଳୁ ମଙ୍ଗଳ ଆଳତୀ ସମେତ ଅନ୍ୟାନ୍ୟ ନୀତି କାନ୍ତି ସଠିକ ସମୟ ସମ୍ପନ୍ନ ହୋଇଛି । ମଧ୍ୟାନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ। ପରେ ମହାପ୍ରଭୁଙ୍କ ମହାସ୍ନାନ, ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ ସିଂହାର ବେଶ ଓ ଭୋଗ ସମେତ ରାତ୍ର 2 ଟାରେ ରାତ୍ର ପହୁଡ଼ ନେଇ ନୀତି ନିର୍ଘଣ୍ଟ ହୋଇଛି । ଆଜିର ଅଧର ପଣା ନୀତି ପରେ କୋରୋନା ମହାମାରୀ ଦୂରେଇ ଯିବ ବୋଲି ସେବାୟତ ମହାପ୍ରଭୁଙ୍କ ନିକଟରେ ଆଶା ରଖିଛନ୍ତି। ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.