thumbnail

ଘରୋଇ ଗଣମାଧ୍ୟମ ସଂସ୍ଥା ବିରୋଧରେ ବାଘମାରି ଥାନାରେ ଏତଲା

By

Published : Oct 3, 2020, 7:24 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା । ଏନେଇ ବାଘମାରୀ ଥାନାରେ ମାମଲା ରୁଜୁ ହୋଇଛି । ଅନୁସୁଚିତ ଜନଜାତି ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇଛି । ସଂସ୍ଥାର ଏମଡି ଜାଗି ମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ନାମରେ ମାମଲା ରୁଜୁ ହୋଇଛି । ସାରୁଅର ହାଲ୍ଲୁରୀ ପାହାଡସିଂ ଥାନାରେ ଅଭିଯୋଗ କରିଛନ୍ତି ଯେ, ନିଜ ଜମିରେ ଚାଷ କରି ସେ ପରିବାର ପ୍ରତିପୋଷଣ କରନ୍ତି । ଜମିକୁ ବିକ୍ରି କରିବାକୁ ଚାପ ପକାଇବା ସହ ଜମିକୁ ପାଣି ଛାଡୁ ନାହାଁନ୍ତି । ଫଳରେ ତାଙ୍କ ଚାଷ ବାଧାପ୍ରାପ୍ତ ହେଉଛି । ଏପରିକି ଜମି ପାଖରେ ସୁଉଚ୍ଚ ପାଚେରୀ ନିର୍ମାଣ କରିବା ଓ ଜମିକୁ ନ ଯିବାକୁ ଏମଡି ଓ ତାଙ୍କ ସମ୍ପର୍କୀୟ ଧମକ ଦେବା ଅଭିଯୋଗ କରିଛନ୍ତି । ତେବେ ଏସଟି ଏସସି ଆଇନ ଧାରାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ପରେ ବାଘମାରୀ ଥାନାରେ ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଅଭିଯୋଗକାରୀ ନ୍ୟାୟ ପାଇବେ ବୋଲି ଆଶାବାଦି ଥିବାର ହାଲ୍ଲୁରୀଙ୍କ ସମ୍ପର୍କିୟ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.