ଇତିହାସରେ ସ୍ଥାନ ମାଗୁଛି ଶହୀଦ! ମାଧୋ ସିଂ ସମେତ ପରିବାରର 5 ସଦସ୍ୟଙ୍କୁ କେବେ ମାନ୍ୟତା ? - Madho singh bariha
🎬 Watch Now: Feature Video
ବରଗଡ: ପରାଧୀନ ଭାରତକୁ ଇଂରେଜ ମାନଙ୍କ କବଳରୁ ମୁକୁଳାଇବାକୁ ଅନେକ ବୀର ଯୋଦ୍ଧା ବିଦ୍ରୋହର ଅଗ୍ନିରେ ଝାସ ଦେଇଥିଲେ । ମାଟି ମା'କୁ ସ୍ବାଧୀନ କରିବାକୁ ଏମାନେ ଭୁଲିଯାଇଥିଲେ ନିଜକୁ ଓ ନିଜ ଆତ୍ମୀୟଙ୍କୁ । ହେଲେ ସମୟ ସହିତ ଇତିହାସ ପୃଷ୍ଠାରୁ ହଜିବାରେ ଲାଗିଛି ସେହି ବୀର ଯୋଦ୍ଧା ଓ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ଗାଥା । ସ୍ବାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ବୀର ପୁତ୍ର ମାଧୋ ସିଂ ବରିହା ହେଉଛନ୍ତି ତା' ମଧ୍ୟରୁ ଜଣେ । ପଶ୍ଚିମ ଓଡିଶାର ବରଗଡ ଜିଲ୍ଲା ଘେଁସ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ପରିବାରର ବୀରତ୍ବ ଗାଥା ହୁଏତ ସ୍ବାଧୀନ ଭାରତର ଇତିହାସରେ ଏକ ବିରଳ କାହାଣୀ । ହେଲେ ଜମିଦାର ମାଧୋ ସିଂହ ବରିହା ଓ ତାଙ୍କର ପରିବାରର ସଦସ୍ୟଙ୍କ ଅବଦାନ ଅତୁଳନୀୟ ।