ଲକଡାଉନରେ 1900 ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁଛି ସ୍ବଇଚ୍ଛା
🎬 Watch Now: Feature Video
ଲକଡାଉନରେ ରାସ୍ତାଘାଟ, ଦୋକାନ ବଜାର ସବୁ ଖାଁ ଖାଁ । ଏପରି ସ୍ଥିତିରେ ନିଜ ସଂଗ୍ରହ ପାଣ୍ଠିରୁ ଦୈନିକ 1900 ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ସମ୍ବଲପୁରର ସ୍ବଇଚ୍ଛା ସ୍ବେଚ୍ଛାସେବୀ ସଙ୍ଗଠନର ଉତ୍ସାହୀ ଯୁବକମାନେ। ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ଥିବା ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି ଏମାନେ । ଜିଲ୍ଲା ପ୍ରଶାସନଠାରୁ ଅନୁମତି ଆଣି ପ୍ରତ୍ୟହ ସକାଳ 6ଟାରୁ ଖାଦ୍ୟ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ଏହି ସ୍ବେଚ୍ଛାସେବୀ । ଏହାପରେ ଦିନ 11ଟାରୁ ଆରମ୍ଭ କରନ୍ତି ବୁଲି ବୁଲି ଖାଦ୍ୟ ବଣ୍ଟନ । ତେବେ ବଡ କଥା ହେଉଛି କି ଆଜି ଯାଏଁ ଏହି ମହତ କାର୍ଯ୍ୟ ପାଇଁ କାହା ଆଗରେ ହାତ ପତାଇନି ସଙ୍ଗଠନ ।