ଖେଳାଳିଙ୍କୁ ଅନଫିଟ୍ କଲା କୋରୋନା, ଟ୍ରାକକୁ ଫେରିବାକୁ ଚେଷ୍ଟା ଜାରି
🎬 Watch Now: Feature Video
କଟକ: ଦେଶରେ ଜାରି ରହିଛି କୋରୋନା କାୟା । ଯେଉଁଥି ପାଇଁ ସମସ୍ତକ୍ଷେତ୍ର ହୋଇଛି ବିଶେଷ ପ୍ରଭାବିତ । ଗତ ମାର୍ଚ୍ଚରୁ ଲକଡାଉନ ଆରମ୍ଭ ଘୋଷଣା ପରେ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିଲେ କ୍ରୀଡାବିତ । କ୍ରୀଡାକୁ କ୍ୟାରିୟର କରିବାକୁ ଚିନ୍ତା କରିଥିବା ପ୍ରତିଭା ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଥିଲେ । ନା ବାହାରକୁ ବାହାରିବାକୁ ଅନୁମତି ଥିଲା ନା ପଡିଆରେ ଅଭ୍ୟାସ ପାଇଁ ।