‘ଭାଇରସକୁ ହାଲୁକା ଭାବେ ନିଅନ୍ତୁ ନାହିଁ’ - କୁଇନ
🎬 Watch Now: Feature Video
ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ Covid-19ରୁ ସୁସ୍ଥ ହେବାର ନିଜର ଅଭିଜ୍ଞତା ସେୟାର କରିଛନ୍ତି । ଏହି ଭିଡିଓରେ କଙ୍ଗନା ଫ୍ୟାନ୍ସମାନଙ୍କୁ ଏହି ମାରାତ୍ମକ ଭାଇରସକୁ ହାଲୁକା ଭାବେ ଗ୍ରହଣ ନକରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏହି ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଏବଂ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।