ବୁଧବାର ଭୋଟ, ମତଦାନ କେନ୍ଦ୍ରକୁ ଗଲେ ପ୍ରିଜାଇଡିଂ ଅଫିସର ଓ ପୁଲିଂ କର୍ମଚାରୀ - polling booth in Ganjam

🎬 Watch Now: Feature Video

thumbnail

By

Published : Feb 15, 2022, 11:12 AM IST

Updated : Feb 3, 2023, 8:12 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏହାକୁ ନେଇ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜିଲ୍ଲାର କୁକୁଡାଖଣ୍ଡି ,ଦିଗପହଣ୍ଡି , ହିଞ୍ଜିଳିକାଟୁ ,ଶେରଗଡ ଏବଂ ପୋଲସରା ବ୍ଳକର ବିଭିନ୍ନ ପଞ୍ଚାୟତ ବୁଥରେ ପହଞ୍ଚିଛନ୍ତି ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀ । ପ୍ରତ୍ୟେକ ଟିମରେ ପ୍ରିଜାଇଡିଂ ଅଫିସର ସହ ସମସ୍ତ ପୁଲିଂ ଅଫିସର ମାନେ ନିର୍ବାଚନ ହେବାକୁ ଥିବା ପ୍ରତ୍ୟେକ ୱାର୍ଡର ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟା ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନ ପାଇଁ ରହିଥିବା ବାଲାଟ ପେପର , ବାଲାଟ ବକ୍ସ ସହ ନିର୍ବାଚନ ପାଇଁ ଆବଶ୍ୟକୀୟ ସମସ୍ତ ନଥିପତ୍ର ଏବଂ ଉପକରଣ ନେଇ ବିଭିନ୍ନ ବସ୍ ଯୋଗେ ମତଦାନ କେନ୍ଦ୍ରକୁ ଯାଇଥିବା ଦେଖାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.